ନୂଆଦିଲ୍ଲୀ (ଆମ ଟିଭି): ଆଜି ଭାରତ-ଶ୍ରୀଲଙ୍କା କଡ଼ା ଟକ୍କର । ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ ଦ୍ୱିତୀୟ ଟି-୨୦ ମୁକାବିଲା । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତିସାରିଛି । ତେଣୁ ଏହି ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେପଟେ ପ୍ରଥମ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ । ପୁଣେରେ ଏମସିଏ ପିଚ ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି ।
ଏହାରି ଭିତରେ ଦିର୍ଘଦିନ ପରେ ଭାରତୀୟ ଦଳରେ ଖେଳିବାକୁ ସୁଯୋଗ ପାଇଥିବା ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ଏହି ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କର ବାମ ଗୋଡ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମଳିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଉଡ୍ରି ଲାଇନ୍ ଫିଲଡିଂ କରିବା ସମୟରେ ତାଙ୍କୁ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ତାଙ୍କ ବଦଳରେ ବିଦର୍ଭ ୱିକେଟ କିପର ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିଛି । ହେଲେ ଚୁଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିନପାରେ । ସଞ୍ଜୁଙ୍କ ବଦଳରେ ବ୍ୟାଟର ରାହୁଲ ତ୍ରୀପାଠୀ ଆଜି ଡେଭ୍ୟୁ କରିବେ ବୋଲି କୁହାଯାଉଛି ।