ଆପକୁ ଝଟକା , ସମସ୍ତ ସମ୍ପତ୍ତି ଜବତ କରିବ ଇଡି !

0

ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା। କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ କରିବା ପରେ ଏବେ ଆମ ଆଦମୀ ପାର୍ଟିର ସମ୍ପତ୍ତିକୁ ଜବତ କରିବାକୁ ଯାଉଛି ଇଡି। ଅବକାରୀ ଦୂର୍ନୀତି ମାମଲାରେ ଦୁଇ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗିରଫ ହୋଇଛନ୍ତି। ଏବେ ସେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ତେବେ ଆଜି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଇଡି ପକ୍ଷରୁ ଥିବା ଆଇନଜୀନୀ ଏସବି ରାଜୁ ବଡ଼ ବୟାନ ଦେଇଛନ୍ତି।

ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ଇଡି ପକ୍ଷରୁ ଥିବା ଆଡିଶନାଲ ସିଲିସିଟର ଜେନରାଲ କହିଛନ୍ତି, ଇଡି ଏଏପିର କିଛି ସମ୍ପତ୍ତି ଜବତ କରିବାକୁ ଯାଉଛି। କହିରଖୁଛୁ କି, ଯଦି ଇଡ଼ି ଦଳର ସମ୍ପତ୍ତି ଜବତ କଲେ ଲୋକ ସଭା ନିର୍ବାଚନ ପୂର୍ବରୁ ପାର୍ଟିକୁ ବଡ଼ ଝଟ୍‌କା ଲାଗିପାରେ।

Leave A Reply

Your email address will not be published.