ଭୁବନେଶ୍ୱର: କୋରାପୁଟ ଗସ୍ତର ରାଜ୍ୟପାଳ। ରାଜ୍ୟପାଳ ରଘୁବର ଦାସ କୋରାପୁଟ କଫି ବୋର୍ଡ଼ ବୁଲି ଦେଖିବା ସହିତ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ଆଗକୁ କୋରାପୁଟ କଫି କିପରି ଅଧିକରୁ ଅଧିକ ମାତ୍ରାରେ ଉତ୍ପାଦନ ହୋଇପାରିବ ସେ ନେଇ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କଫି ଚାଷୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ବିଭିନ୍ନ କଫି ଷ୍ଟଲ ବୁଲି ଦେଖିଥିଲେ ।