ପାକିସ୍ତାନକୁ ନୋଟିସ ପଠାଇଲା ଭାରତ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ସିନ୍ଧୁ ଜଳ ରାଜିନାମା ଲାଗୁ କରିବାରେ ମତ ପରିବର୍ତ୍ତନ ନାହିଁ ବୋଲି ଦାୟୀ କରି ଭାରତ ପାକିସ୍ତାନକୁ ନୋଟିସ୍‌ ପଠାଇଥିବା କଥା ଆଜି ବିଶେଷସୂତ୍ରରୁ ସୂଚନା ସଂଗ୍ରହ କରି ‘ପିଟିଆଇ’ ରିପୋର୍ଟ କରିଛି।
‘ଦି ଇଣ୍ଡସ୍‌ ୱାଟର୍‌ ଟ୍ରିଟି’ (ଆଇଡବ୍ଲୁଟି) ସଂକ୍ରାନ୍ତ ‘ନୋଟିସ ଅଫ୍‌ ମୋଡିଫିକେସନ୍‌’ (ଆଂଶିକ ପରିବର୍ତ୍ତନ ନିମନ୍ତେ ବିଜ୍ଞପ୍ତି) ଜାନୁଆରି ୨୫ ତାରିଖ ଦିନ ଇସ୍‌ଲାମାବାଦ୍‌କୁ ପଠାଯାଇଛି।

ଉ‌ଲ୍ଲେଖଯୋଗ୍ୟ, ଦୀର୍ଘ ୯ ବର୍ଷକାଳ ବୁଝାମଣା କରିବା ପରେ ୧୯୬୦ ମସିହା ସେପ୍ଟେମ୍ବର ମାସରେ ଭାରତ ଓ ପାକିସ୍ତାନ ‘ଆଇଡବ୍ଲୁଟି’ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି ଚୁକ୍ତିର ଅନ୍ୟତମ ସ୍ବାକ୍ଷରକାରୀ ହେଉଛି ‘ବିଶ୍ବ ବ୍ୟାଙ୍କ୍‌’। ଏକାଧିକ ନଦୀର ଜଳରାଶିକୁ ବ୍ୟବହାର କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ସହଯୋଗ ଓ ସୂଚନା ବିନିମୟ ବ୍ୟବସ୍ଥା ଆଦି ‘ଆଇଡବ୍ଲୁଟି’ରେ ଉଲ୍ଲେଖ ଅଛି।

ଏହି ରାଜିନାମାକୁ ନିଷ୍ଠାପରଭାବେ ପାଳନ କରିବା ଲାଗି ଭାରତ ସର୍ବଦା ଯତ୍ନବାନ ଥିବାବେଳେ ପାକିସ୍ତାନ ଏହାକୁ ଉଲ୍ଲଂଘନ କରୁଛି। ତେଣୁ, ଉକ୍ତ ଚୁକ୍ତିରେ ସଂଶୋଧନ କରିବା ଲାଗି ଭାରତ ବାଧ୍ୟ ହୋଇ ନୋଟିସ୍‌ ଜାରି କରିଛି।

Leave A Reply

Your email address will not be published.