ପୁଣି ଗଞ୍ଜାମ ଜିଲ୍ଲାକୁ ଜାତୀୟ ପୁରସ୍କାର

0

ଛତ୍ରପୁର : ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟସ୍ତରରେ ସମ୍ମାନିତ ହେବ ବୋଲି ଘୋଷଣା ହୋଇଛି । ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ବିଜେତା ଭାବରେ ଘୋଷଣା ହୋଇଛି । ଏଥି ସକାଶେ ଭାରତ ସରକାରଙ୍କ ଏହି ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଏକ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଯିବା ସହ ଏହି ପୁରସ୍କାର ସମ୍ପର୍କରେ ଅବଗତ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଥମ ର‍୍ୟାଙ୍କର ଶ୍ରେଷ୍ଠ ଜିଲ୍ଲା କାଟାଗୋରିରେ ଜାତୀୟ ଜଳ ପୁରସ୍କାର-୨୦୨୨ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ଏକ ପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ଅବଗତ କରିଛନ୍ତି ।
ଜଳସେଚନ ସଂରକ୍ଷଣ ବୃଦ୍ଧି ନିମନ୍ତେ ଜଳସେଚନ ପ୍ରକଳ୍ପ ଗୁଡିକର ଉନ୍ନତିକରଣ ହୋଇଛି । ଜୟମଙ୍ଗଳା ଜଳସେଚନ ଚ୍ୟାନେଲର ନବୀକରଣ, ପୁନରୁଦ୍ଧାର କରି ଋଷିକୂଲ୍ୟା ନଦୀର ବଳକା ବନ୍ୟା ଜଳର ସୁରକ୍ଷା । କୁକୁଡାଖଣ୍ଡିର ମହୁରିକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାତ୍ରପୁର
ଜିଲ୍ଲା ପ୍ରଶାସନ ପକ୍ଷରୁ ଅନଲାଇନ୍‌ ଆବେଦନ ଦାଖଲ ପରେ ବୈଜ୍ଞାନିକମାନଙ୍କର ଏକ ଟିମ୍‌ ନିୟୋଜିତ କରାଯାଇଥିଲା । ଗତ ଫେବୃଆରୀରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସରକାର ବିଭିନ୍ନ ବର୍ଗରେ ଜିଲ୍ଲାରେ କରାଯାଇଥିବା କାର୍ୟ୍ୟକୁ ଯାଞ୍ଚ କରିବା ପାଇଁ ଦାଖଲ କରିଥିବା ରିପୋର୍ଟକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟ, ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗ ଦ୍ୱାରା ଗଠିତ ଏକ କମିଟି ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ଗଞ୍ଜାମ ଜିଲ୍ଲାକୁ ବିଜେତା ଘୋଷଣା କରିଛି । ଏହି କ୍ରମରେ ଜଳ ସମ୍ପଦ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବର୍ଗ ପାଇଁ ଏବଂ ଗଞ୍ଜାମ ଜିଲ୍ଲାକୁ ଜାତୀୟ ଜଳ ପୁରସ୍କାର, ୨୦୨୨ ର “ଶ୍ରେଷ୍ଠ ଜିଲ୍ଲା’ ବର୍ଗରେ “ପ୍ରଥମ ମାନ୍ୟତା’ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାକୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଥିବା ବେଳେ ପୁନର୍ବାର ଜଳ ସଂରକ୍ଷଣ ପୁରସ୍କାର ମିଳିବାକୁ ଯାଉଥିବା ହେତୁ ଜିଲ୍ଲାର ଜନସାଧାରଣ ମୁଖ୍ୟମନ୍ତ୍ରୀ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.