ପୁଣି ନିଜ ଦଳ କଂଗ୍ରେସ ଉପରେ ବର୍ଷିଲେ ପ୍ରମୋଦ କୃଷ୍ଣ
ନୂଆଦିଲ୍ଲୀ: କଂଗ୍ରେସ ହିନ୍ଦୁ ଧର୍ମକୁ ବିରୋଧ କରେ ଏକଥା ସବୁ ବେଳେ ବିରୋଧୀ କହିଛନ୍ତି । ଏଥି ପାଇଁ ଏନେକ ସମୟରେ କଂଗ୍ରେସ ଓ ବିରୋଧୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଏମିତି ଅଯୋଧ୍ୟାରେ ରାମନ୍ଦିରକୁ ନେଇ କଂଗ୍ରେସ ବିରୋଧ କରିଛି ବୋଲି ଆଗରୁ ଅଭିଯୋଗ ରହିଛି । ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପ୍ରମୋଦ କୃଷ୍ଣ ଆଜି ନିଜ ଦଳ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି- ମୁଁ ଅନୁଭବ କରିଛି ଯେ କଂଗ୍ରେସରେ ଏପରି କିଛି ନେତା ଅଛନ୍ତି ଯେଉଁମାନେ କେବଳ ରାମ ମନ୍ଦିରକୁ ନୁହେଁ ବରଂ ରାମଙ୍କୁ ମଧ୍ୟ ଘୃଣା କରନ୍ତି … ସେମାନେ ହିନ୍ଦୁ ଶବ୍ଦକୁ ଘୃଣା କରନ୍ତି । ହିନ୍ଦୁ ଧାର୍ମିକ ନେତାମାନଙ୍କୁ ଅପମାନ କରିବାକୁ ଚାହୁଁଛନ୍ତି ।
ପ୍ରମୋଦ କୃଷ୍ଣ କହିଛନ୍ତି ଯେ ଯିଏ ରାମଙ୍କୁ ଘୃଣା କରେ ସେ ହିନ୍ଦୁ ହୋଇପାରିବ ନାହିଁ । ରାମ ମନ୍ଦିରକୁ ରୋକିବା ପାଇଁ କରାଯାଇଥିବା ପ୍ରୟାସ ବିଷୟରେ ସମଗ୍ର ବିଶ୍ୱ ଜାଣେ । କୋଟି କୋଟି ଲୋକଙ୍କ ବିଶ୍ୱାସ କ୍ଷତିଗ୍ରସ୍ତ ହୋଇଛି । କିଏ ରାମଙ୍କୁ ଘୃଣା କରେ ଏବଂ ରାମଙ୍କୁ କିଏ ସମ୍ମାନ କରେ? ମୁଁ ଭାବୁନାହିଁ ଏହି ରହସ୍ୟ ଉପରେ କୌଣସି ଆବରଣ ଅଛି । ସେ କହିଛନ୍ତି ଯେ ଦଳର ଏକ ଅଂଶ ହେବା ଅର୍ଥ ନୁହେଁ ଯେ ସତ୍ୟକୁ ସତ୍ୟ କୁହାଯିବା ଉଚିତ ନୁହେଁ ଏବଂ ମିଥ୍ୟାକୁ ମିଥ୍ୟା କହିବା ଉଚିତ ନୁହେଁ ।