ବିଜେପିରେ ଯୋଗଦେଲେ ଆନ୍ଧ୍ରର ପୂର୍ବତନ କିରଣ ରେଡ୍ଡୀ

0

ଚେନ୍ନାଇ: କଂଗ୍ରେସ ପରିତ୍ୟାଗ କରିବାର କିଛି ସପ୍ତାହ ପରେ ଆଜି ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ‘ବିଜେପି’ରେ ଯୋଗ ଦେଇଛନ୍ତି। କିଛି ସପ୍ତାହ ତଳେ ସେ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ଧାଡ଼ିକିଆ ଇସ୍ତଫାପତ୍ର ପଠାଇ ଦଳ ପରିତ୍ୟାଗ କରିଥିଲେ।

ଆଜି ନୂଆଦିଲ୍ଲୀସ୍ଥିତ ‘ବିଜେପି’ ମୁଖ୍ୟାଳୟରେ ତାଙ୍କର ଯୋଗଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଠାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ‌ଯୋଶୀ ତାଙ୍କୁ ଦଳରେ ସାମିଲ କରାଇଛନ୍ତି।

ଏହି ଅବସରରେ ଯୋଶୀ କହିଛନ୍ତି, କିରଣ କୁମାର ରେଡ୍ଡୀଙ୍କ ପରିବାରର ଅନେକ ସଦସ୍ୟ କଂଗ୍ରେସରେ ଥିଲେ। କିଛି ଦିନ ପୂର୍ବରୁ ମୁଁ ତାଙ୍କୁ ଭେଟିବା ସମୟରେ ସେ ମୋତେ କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କଦ୍ବାରା ସେ ଖୁବ୍‌ ଅନୁପ୍ରାଣିତ। ଆଜି ସେ ତାଙ୍କ ନିଷ୍ପତ୍ତି ଅନୁସାରେ ‘ବିଜେପି’ରେ ଯୋଗ ଦେଉଛନ୍ତି। ଜଣେ ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କର ଭାବମୂର୍ତ୍ତି ଖୁବ୍‌ ନିର୍ମଳ ଥିବାରୁ ଦୁର୍ନୀତି ବିରୋଧରେ ଆମର ସଂଗ୍ରାମକୁ ସେ ସୁଦୃଢ଼ କରିପାରିବେ। ଆନ୍ଧ୍ର ପ୍ରଦେଶରେ ‘ବିଜେପି’ ପାଇଁ ସେ ହେବେ ଅନ୍ୟତମ ବଳିଷ୍ଠ ବ୍ୟକ୍ତିତ୍ବ।

Leave A Reply

Your email address will not be published.