ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କାହାକୁ ଏମିତି କହିଲେ

0

ନୂଆଦିଲ୍ଲୀ:କଂଗ୍ରେସକୁ ବାଏ ବାଏ କହି ସାରିଥିବା ପୁରୁଖା ନେତା ଏବେ କଂଗ୍ରେସକୁ ଟାର୍ଗେଟ କରିବାକୁ ଗୋଟିଏ ବି ମଉକା ହାତଛଡ଼ା କରୁ ନାହାନ୍ତି। ଏପରିକି ସେମାନେ ରାହୁଲ ଗାନ୍ଧିଙ୍କ ବିରୋଧରେ ନିମ୍ନସ୍ତରୀୟ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି। ଏହାକୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ରାହୁଲଙ୍କୁ ଟାର୍ଗେଟ କରିଥିବା କଂଗ୍ରେସର ପୂର୍ବତନ ନେତା ଗୁଲାବ ନବୀ ଆଜାଦ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ କଡ଼ ଟିପ୍ପଣୀ କରିଛନ୍ତି ଗେହଲଟ ।

ଗେହଲଟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ ସତ୍ତ୍ୱେ ସେ ବିଜେପି ଉପରେ ଶାଣିତ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଏଥିରେ ବିଜେପି ନେତା ଥକି ପଡ଼ିଛନ୍ତି। ସେଥିପାଇଁ କଂଗ୍ରେସ ଛାଡିଥିବା ଏହି ନେତାମାନଙ୍କୁ ରାହୁଲଙ୍କ ବିରୋଧରେ ଟିପ୍ପଣୀ ଦେବା କାମରେ ଲଗାଇଛି ବିଜେପି।

ଯେଉଁ ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ଜୀବନସାରା ଯେଉଁ ନେତା ପ୍ରତିଜ୍ଞା କରିଥିଲେ ଏବେ ସେମାନେ ଫାସିବାଦୀ ବିଚାରଧାରା ସହ ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି ଅଶୋକ ଗେହଲଟ୍ ।

ଗତ ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ଦୁର୍ଭାଗ୍ୟବଶତ କଂଗ୍ରେସ ଦଳ ବହୁ ନିମ୍ନ ସ୍ତରକୁ ଖସି ଯାଇଛି। ଜଣେ ବ୍ୟକ୍ତିବିଶେଷଙ୍କ ପାଇଁ ଦେଶରେ ଅପ୍ରୀତିକର ପରିବେଶ ସୃଷ୍ଟି କରାଯାଉଛି। ଟ୍ରେନ୍ ଅଟକାଇ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିଲା । ଏହା କ’ଣ ଗାନ୍ଧିବାଦୀ ସିଦ୍ଧାନ୍ତ । ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରତି କାହିଁକି ଅନ୍ୟମାନେ ଏତେ ଯତ୍ନବାନ । ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ବିଶେଷ ଆତିଥ୍ୟ ପ୍ରଦାନ କରୁଛି। ଯେତେବେଳେ ରାହୁଲ ଗାନ୍ଧି ଜାମିନ ପାଇଁ କୋର୍ଟକୁ ଗଲେ, ସମଗ୍ର ନେତାଙ୍କ ଫୋର୍ସ ତାଙ୍କ ପଛେ ପଛେ ଚାଲିଥିଲା। ଏହା କୋର୍ଟ ଉପରେ ଚାପ ପକାଇବାକୁ ପ୍ରୟାସ ନୁହେଁ ତ’ ଆଉ କ’ଣ?

Leave A Reply

Your email address will not be published.