“ରାମ୍” ସୁଟିଂ ସେଟ୍ ରୁ ଫଟୋ ଲିକ୍

0

ଭୁବନେଶ୍ୱର (ଆମ ଟିଭି): ରତ୍ନା ଫିଲ୍ମସ ବ୍ୟାନର ର ଚତୁର୍ଥ ଅବଦାନ ରେ ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ମେଗା ସୁପରଷ୍ଟାର ଅରିନ୍ଦମ ରୟ ଙ୍କ ଅଭିନୀତ ତଥା ପ୍ରଯୋଜିତ ଆଗାମୀ ନୂଆ ଓଡ଼ିଆ ଚଳଚ୍ଚିତ୍ର “ରାମ୍” ର ସୁଟିଂ ସେଟ୍ ର ଫଟୋ ଲିକ୍ କୁ ନେଇ ଦର୍ଶକ ଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି । ଦୀର୍ଘ ୨ବର୍ଷ ର ବ୍ୟବଧାନ ପରେ ଅରିନ୍ଦମ ଦର୍ଶକ ଙ୍କୁ ଦଶହରା ଭେଟି ସ୍ୱରୂପ “ରାମ୍” ରୂପରେ ଅବତରଣ କରି ଚହଳ ସୃଷ୍ଟି କରିବାକୁ ଆସୁଥିବାରୁ ସବୁ ମହଲ ରେ ଚର୍ଚ୍ଚା ହେଉଛି

ଭାରଦ୍ୱାଜ ପଣ୍ଡା ଙ୍କ ଆଲେଖ୍ୟ ତଥା ନିର୍ଦ୍ଦେଶକ ଅଶୋକ ପତି ଙ୍କ ବଳିଷ୍ଠ ନିର୍ଦ୍ଦେଶନା ଦଶହରା ବଜାର କୁ ଆହୁରି ସରଗରମ କରିବ ନିଶ୍ଚୟ ଦର୍ଶକ ଭରସା କରିଛନ୍ତି । ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ ଙ୍କ ସଙ୍ଗୀତ ର ସୁର ଦଶହରା ବଜାର କୁ ଦ୍ବିଗୁଣିତ କରିବ ବୋଲି ଏଠି ସେଠି ସବୁଠି ଚର୍ଚ୍ଚା କ୍ଷଏହାର ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ର ପ୍ରଥମ ପର୍ୟ୍ୟାୟ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଛି।

Leave A Reply

Your email address will not be published.