ରାହୁଲ ଗାନ୍ଧିଙ୍କୁ କବିତା ବିଦ୍ରୁପ
ହାଇଦ୍ରାବାଦ: ସମସ୍ତ ରାଜନୈତିକ ଦଳ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ନିଜ ନିଜ ବିଜୟ ଦାବି କରି ଦଳର ନେତାମାନେ ରାଜ୍ୟ ନିର୍ବାଚନ ରାଲିରେ ସମ୍ବୋଧିତ କରୁଛନ୍ତି। କଂଗ୍ରେସର ବିଜୟରେ ଆତ୍ମବିଶ୍ୱାସ ପ୍ରକାଶ କରି ରାହୁଲ ଗାନ୍ଧୀ ମଧ୍ୟ ତେଲେଙ୍ଗାନା ଗସ୍ତରେ ଯାଇଥିଲେ। ରାଜ୍ୟରେ ନିର୍ବାଚନ ରାଲିରେ ମଧ୍ୟ ଭାଜପାର ବରିଷ୍ଠ ନେତାମାନେ ଯୋଗଦେଉଛନ୍ତି। ଅଭିଯୋଗ ଏବଂ ପ୍ରତିବାଦ ରାଜନୀତି ମଧ୍ୟରେ ପରସ୍ପରକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା ଯାଉଛି।
ଗୋଟିଏ ପଟେ ରାହୁଲ ଗାନ୍ଧୀ ବିଆରଏସ ସରକାର ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ବିଆରଏସ ଏମଏଲସି କେ. କବିତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ରାହୁଲ ଜଣେ କାଗଜ ବାଘ। ସେ ସ୍ଥାନୀୟ ରାଜନୀତି ବୁଝନ୍ତି ନାହିଁ। ସ୍ଥାନୀୟ ପରମ୍ପରା କିମ୍ବା ସଂସ୍କୃତି ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ। ଆପରଣ ତେଲେଙ୍ଗାନାକୁ ଆସନ୍ତୁ, କିନ୍ତୁ ଆପଣ ଦୟାକରି ସର୍ବସାଧାରଣରେ କ’ଣ କହୁଛନ୍ତି ତାହାର ସମୀକ୍ଷା କରନ୍ତୁ। ମନେରଖନ୍ତୁ ତେଲେଙ୍ଗାନା ହେଉଛି ସର୍ବୋଚ୍ଚ ରାଜନୈତିକ ସଚେତନ ଥିବା ରାଜ୍ୟ। କାରଣ ଆମେ ଆମ ରାଜ୍ୟ ପାଇଁ ଲଢୁଛୁ। ଆମେ ଆମ ରାଜ୍ୟ ପାଇଁ ଜୀବନ ଦେଇଛୁ।