ପୁରୀ(ଆମ ଟିଭି): ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଅନେକ କିଛି ଆଲୋଚନା ହେଉଛି । ରତ୍ନଭଣ୍ଡାରରେ କ’ଣ ଅଛି? କାହିଁକି ଖୋଲାଯାଉନି ରତ୍ନଭଣ୍ଡାର? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏନେଇ ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିଲା। ହେଲେ ପ୍ରସଙ୍ଗକୁ ନେଇ ମୁହଁ ଖୋଳିଲେନି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ।
ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଏହାକୁ ଏଡାଇଯାଇଥିଲେ ଗଜପତି ମହାରାଜ। ପରିଚାଳନା କମିଟି ଏଜେଣ୍ଡାରେ ନ ଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।