୧୫ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ବିପର୍ଯ୍ୟୟ

0

ନୂଆଦିଲ୍ଲୀ : ପୂର୍ବ କେନ୍ଦ୍ର ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ଅତି ଭୀଷଣ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉତ୍ତର ଦିଗରେ ଗତି କରୁଛି। ଆସନ୍ତା ୧୫ ତାରିଖ ସକାଳେ ଗୁଜରାଟର ସୌରାଷ୍ଟ୍ର ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ବାତ୍ୟା ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବାବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇପାରେ। ପବନର ବେଗ ସର୍ବାଧିକ ୧୫୦ କିମି ମଧ୍ୟରେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

‘ବିପର୍ଯ୍ୟୟ’ ର ମୁକାବିଲା ନିମନ୍ତେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକରେ ଯୋଗ ଦେବେ। ଏହି ଅବସରରେ ସେ ବିଭିନ୍ନ ସୁରକ୍ଷା ମୂଳକ ପଦକ୍ଷେପର ସମୀକ୍ଷା କରିବେ।

ବାତ୍ୟା ‘ବିପର୍ଯ୍ୟୟ’ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କିମି ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି। ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଗୁଜରାଟର ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିନିମନ୍ତେ ସୌରାଷ୍ଟ୍ର ଓ କଚ୍ଛ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନନଗର, ରାଜକୋଟ, ଜୁନାଗଡ଼, ମୋରବିରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। ଏଥି ନିମନ୍ତେ ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ମୁମ୍ବାଇରେ ଗତ ରାତିରୁ ସମୁଦ୍ରରେ ବଡ଼ ଜୁଆର ଆସୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.