କେନ୍ଦ୍ରାପଡା (ଆମ ଟିଭି): କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ବିଗତ କିଛି ବର୍ଷ ଧରି ବ୍ରହ୍ମତାଳଧ୍ୱଜ ରଥର ୧୪ଟି ଚକ ଠିକ୍ ନ ଥିବା ଯୋଗୁଁ ରଥ ଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା ।
କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା। ଏପରି ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିଲା ।
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ରାଜ୍ୟ ସରକାର ୧ କୋଟି ମଞ୍ଜୁର କରିଛନ୍ତି । ଏହି ଅନୁଦାନ ରଥ ନିର୍ମାଣ ପାଇଁ ବ୍ୟବହୃତ ହେବ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ । କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାଏଁ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େ ନାହିଁ ।