ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା ଘଟି ୧୦ ମୃତ, ୩୦ ଆହତ

0

ନୂଆଦିଲ୍ଲୀ (ଆମ ଟିଭି): ତାମିଲ ଅଭିନେତା ବିଜୟ ଥାଲାପତିଙ୍କ ନିର୍ବାଚନୀ ଶୋଭାଯାତ୍ରାରେ ଶନିବାର ରାତିରେ ବଡ଼ ଅଘଟଣ ଘଟିଛି। ଶୋଭାଯାତ୍ରା ସମୟରେ ଦଳାଚକଟା ଘଟିବାରୁ ଅଣନିଶ୍ଵାସୀ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ କରୁର ଜିଲାପାଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

ଶନିବାର କରୁର ଜିଲାରେ ବିଜୟଙ୍କ ନିର୍ବାଚନୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ମୁତୟତ ହୋଇଥିଲେ ହେଁ ଅସମ୍ଭାଳ ଭିଡ଼ ଯୋଗୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଜୟ ଅଧାରୁ ଭାଷଣ ବନ୍ଦ କରିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ସହାୟତା ମାଗିଥିଲେ। କିଛି ସମୟ ମଧ୍ୟରେ ଅନେକ ଲୋକ ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ଜଣାପଡ଼ିଛି। ଅନ୍ୟମାନେ ବିଜୟଙ୍କ ଦଳ ଟିଭିକେର କର୍ମକର୍ତ୍ତା।

Leave A Reply

Your email address will not be published.