ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ୧୦ ଲକ୍ଷ

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟ ସରକାରଙ୍କ ବଡ ଘୋଷଣା । ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିଷ୍ପତ୍ତି ଅନୁଯାୟୀ ଡ୍ୟୁଟି କରୁଥିବା ସମୟରେ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଲେ ସେ କ୍ଷେତ୍ରରେ ସହାୟତା ରାଶିର ପରିମାଣକୁ ବର୍ତ୍ତମାନର ୪ ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି ।

ସେହିପରି ଆଘାତ ଯୋଗୁଁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ଲକ୍ଷ ଟଙ୍କାକୁ ଏବଂ ଆଶିଂକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.