ନୂଆଦିଲ୍ଲୀ (ଆମ ଟିଭି): ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ଘୋଷଣା ହେବା ମାତ୍ରେ ଦେଶରେ ପରିସ୍ଥିତି ଭଳି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଣି ଥରେ ୨୦୦୦ ଟଙ୍କିଆ ନୋଟକୁ ବିମୁଦ୍ରୀକରଣ ହେଲା। ବର୍ତ୍ତମାନ ଏହାକୁ ନେଇ ଶୁଣିବାକୁ ମିଳୁଛି ଯେ ୧୦୦୦ ଟଙ୍କା ନୋଟ୍ ପୁଣି ମାର୍ଗେଟକୁ ଫେରୁଛି। ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟକୁ ବଜାରରୁ ହଟାଇବା ପାଇଁ ୩୦ ସେପ୍ଟେମ୍ବର ୨୦୨୩ ପର୍ୟ୍ୟନ୍ତ ସମୟ ଦେଇଥିଲା।ସମୟସୀମା ପର୍ୟ୍ୟନ୍ତ ୮୭ ପ୍ରତିଶତ ମୁଦ୍ରା ବ୍ୟାଙ୍କକୁ ଫେରିଛି।
ଏହାର ଅର୍ଥ ଯେଉଁମାନଙ୍କର ୨୦୦୦ ଟଙ୍କା ନୋଟ୍ ଅଛି ସେମାନେ କାରବାରରେ ବ୍ୟବହାର କରିପାରିବେ ନାହିଁ। ସୋସିଆଲ ମିଡିଆରେ ୧୦୦୦ ଟଙ୍କା ନୋଟ ପ୍ରତ୍ୟାହାର ନେଇ ଅନେକ ଉପଭୋକ୍ତା କଳ୍ପନା କରିଛନ୍ତି।ତେବେ ଏହା ଉପରେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ଭାବରେ ଉତ୍ତର ଦେଇଛି ଯେ ୧୦୦୦ ଟଙ୍କିଆ ନୋଟକୁ ପୁନଃ ଉତ୍ପାଦନ କରିବାର କୌଣସି ଯୋଜନା ନାହିଁ।