ଗର୍ଭବତୀ ମା’ କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

0

ଭୁବନେଶ୍ବର (ଆମ ଟିଭି): କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୁଚଗାଁ ଗ୍ରାମର ଧରିତ୍ରୀ ଖମାରି (୨୨) ଗର୍ଭବେଦନା ପାଇଁ ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗରେ ଚିକିତ୍ସିତ ହେଉଥିଲେ | ଗତକାଲି ଡାକ୍ତରଙ୍କ ପରାମର୍ଶ କ୍ରମେ ଧରିତ୍ରୀ ଏକ ୟୁନିଟ A+ ରକ୍ତ ଆବଶ୍ୟକ କରୁଥଲେ | କିନ୍ତୁ ସେହି ଗ୍ରୁପ ର ରକ୍ତ ରକ୍ତଭଣ୍ଡାରରେ ଉପଲବ୍ଧ ନଥିଲା |

ତେଣୁ ଧରିତ୍ରୀଙ୍କ ସ୍ୱାମୀ ଗୋଟିଏ ୟୁନିଟ ରକ୍ତ ଯୋଗାଡ କରିବା ପାଇଁ ବ୍ୟସ୍ତ ହେଉଥିବା ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରକ୍ତ ଆବଶ୍ୟକତା ସମ୍ବନ୍ଧରେ ସୂଚନା ଦେଇଥିଲେ | ସୌଭାଗ୍ୟବଶତଃ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟରତ ହେଲ୍ପର ଜଗନ୍ନାଥ ନାଏକଙ୍କ ସମାନ ବ୍ଲଡ଼ ଗ୍ରୁପ ହୋଇଥିବାରୁ , ସେ ସଙ୍ଗେ ସଙ୍ଗେ ସେହି ଗର୍ଭବତୀଙ୍କ ପାଇଁ ଏକ ୟୁନିଟ ରକ୍ତଦାନ କରିଥିଲେ | ଉକ୍ତ ମାନବୀୟ କାର୍ଯ୍ୟ ପାଇଁ ଧରିତ୍ରୀଙ୍କ ସ୍ୱାମୀ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ସାଧୁବାଦ ଜଣାଇଥିଲେ |

Leave A Reply

Your email address will not be published.