ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ* 

0

ଗତକାଲି ରାତି ପ୍ରାୟ ୦୮:୫୨ ମିନିଟ ସମୟରେ ରସୁଲଗଡ଼ ଛକ ଠାରେ ଦୁଇଟି ମଟରସାଇକଲ ମୁହଁମୁହିଁ ଧକ୍କା ହେବ ଫଳରେ ରଘୁନାଥ ଦେହୁରୀ (୨୭) ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ | ଘଟଣାସ୍ଥଳରୁ ରାମଚନ୍ଦ୍ର ଟୁଡୁ ନାମକ ଜଣେ ବ୍ୟକ୍ତି ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ | ଖବରପାଇ ଏକ ୧୦୮ ଆମ୍ବୁଲାନ୍ସ ସେହି ସ୍ଥାନକୁ ତୁରନ୍ତ ପଠାଯାଇଥିଲା , ପ୍ରାୟ ୮ ମିନିଟ ସମୟ ମଧ୍ୟରେ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଗୁରୁତର ଆହତଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ପହଞ୍ଚିଥିଲେ | କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଅନ୍ୟପକ୍ଷେ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟରତ ଇ.ଏମ.ଟି ଦୀପକ କୁମାର ରଣାହନ୍ଦଳ, ଡ୍ରାଇଭର ସ୍ମୃତି ରଞ୍ଜନ ପଟ୍ଟନାୟକ ଏବଂ ହେଲ୍ପର ନରେନ୍ଦ୍ର ମଲ୍ଲିକ ଆହତଙ୍କ ଠାରୁ ମିଳିଥିବା ତାଙ୍କ ମୋବାଇଲ,ତିନି ହଜାର ରୁ ଉର୍ଧ୍ଵ ଟଙ୍କା ଏବଂ ମନିପର୍ସକୁ ତାଙ୍କ ଘର ଲୋକଙ୍କୁ ଫେରାଇ ଥିଲେ | ଏହି ମାନବୀୟ କାର୍ଯ୍ୟ ପାଇଁ ମୃତଙ୍କ ଭାଇ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି |

Leave A Reply

Your email address will not be published.