୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସତ୍ୟନିଷ୍ଠା: ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ପୋଲିସ୍‌କୁ ହସ୍ତାନ୍ତର

0

ଭୁବନେଶ୍ୱର (ଆମ ଟିଭି): ଗତକାଲି ସନ୍ଧ୍ୟା ପ୍ରାୟ ୦୮:୪୫ ମିନିଟ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ଅଧୀନରେ ଦୁର୍ଘଟଣାରେ ଆହତ ଜଣେ ୬୧ ବର୍ଷୀୟ ଶ୍ରୀ JVR ନାଗେଶ୍ୱର ରାଓଙ୍କୁ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ନିକଟସ୍ଥ ଗୌତମ ସିନେମା ହଲ୍ ସାମ୍ନାରୁ ଉଦ୍ଧାର କରାଯାଇ MKCG ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁରକୁ ସୁରକ୍ଷିତ ଭାବେ ପହଞ୍ଚାଇ ଦିଆଯାଇଥିଲା। ସେବା ସମୟରେ ରୋଗୀଙ୍କ ନିକଟରୁ ମିଳିଥିବା ନଗଦ ଟଙ୍କା, ଗୋଟିଏ ମନି ପର୍ସ, ଗୋଟିଏ ସୁନା ଚେନ୍ ଓ ଦୁଇଟି ସୁନା ମୁଦି ମିଳିଥିଲା।

ଆମ୍ବୁଲାନ୍ସ କର୍ମଚାରୀଙ୍କ ସତ୍ୟନିଷ୍ଠା ଓ ଦାୟିତ୍ୱବୋଧର ପରିଚୟ ସ୍ୱରୂପ ଏହି ସମସ୍ତ ମୂଲ୍ୟବାନ ସାମଗ୍ରୀକୁ MKCG ହସ୍ପିଟାଲ ଆଉଟ୍ ପୋଷ୍ଟ ପୋଲିସ୍ କର୍ମଚାରୀଙ୍କ ନିକଟରେ ସୁଚିତ ଭାବେ ହସ୍ତାନ୍ତର କରାଯାଇଥିଲା। ଏହି ସେବାରେ ଇ.ଏମ.ଟି ଅମିତ କୁମାର ପାତ୍ର, ଡ୍ରାଇଭର କୃପାସିନ୍ଧୁ ଦାଶ ଏବଂ ହେଲ୍ପର ଅଶୋକ କୁମାର ରାଉଳ ନିୟୋଜିତ ଥିଲେ। ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବିକ ଓ ସତ୍ୟନିଷ୍ଠ କାର୍ଯ୍ୟ ସମାଜର ସମସ୍ତ ମହଲରୁ ପ୍ରଶଂସା ଲାଭ କରିଛି ଏବଂ ଆପାତକାଳୀନ ସେବା କର୍ମଚାରୀମାନଙ୍କ ଉଚ୍ଚ ନୈତିକ ମୂଲ୍ୟବୋଧକୁ ପ୍ରତିବିମ୍ବିତ କରିଛି ।

Leave A Reply

Your email address will not be published.