ସଠିକ ସମୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ୧୫ ଜଣ ଆହତଙ୍କୁ ବଡ଼ ମେଡିକାଲରେ ଭର୍ତ୍ତିକଲା*
୧୬ ନମ୍ବର ଜାତୀୟ ରାଜପଥରେ କଟକରୁ ଟାଙ୍ଗି ଅଭିମୁଖେ ଯାଉଥିବା ଆମ ବସ୍ ଚଟିଲୋ ଠାରେ ଏକ ପେଟ୍ରୋଲ ଟ୍ୟାଙ୍କର ସହିତ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ଆମ ବସ୍ ଚାଳକଙ୍କ ସମେତ ୧୫ ଜଣ ଆହତ ହୋଇଥିଲେ l ଆଜି ସକାଳ ୮ଘଟିକା ୧୭ ମିନିଟ ସମୟରେ ଜଣେ ଟେଲିଫୋନ କଲରଙ୍କ ଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ l ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୧୦୮ ଆମ୍ବୁଲାନ୍ସ ଖବର ପାଇ ଖୁବ କମ୍ ସମୟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିପାରିଲା ଏବଂ ନିରୀହ ଆହତଙ୍କୁ ସଠିକ ସମୟରେ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିବାରେ ସହାୟ ହୋଇପାରିଲା l ୧୦୮ ଆମ୍ବୁଲାନ୍ସ ଚାଳକ ଏବଂ ସହଯୋଗୀ ସର୍ବଦା ନିଷ୍ଠାପର ଭାବେ ସେବା ପ୍ରଦାନ ପାଇଁ ସଦା ଜାଗ୍ରତ ଥାଆନ୍ତି l ୧୦୮ ଆମ୍ବୁଲାନ୍ସ ବିନା ମୂଲ୍ୟରେ ସେବା ପ୍ରଦାନ କରିବା ସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ସର୍ବଦା ଚଳଚଞ୍ଚଳ ଥାଏ l ସାଧାରଣ ଜନତା ସର୍ବଦା ଏହି ସେବାର ସଦୁପଯୋଗ କରିବା ଉଚିତ l