ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ୧୦୮ ହିନ୍ଦୁ ସଙ୍ଗଠନ ଲେଖିଲେ ଚିଠି ,ଜାଣନ୍ତୁ କାହିଁକି

0

ଲଣ୍ଡନ : ପ୍ରାୟ ୧୮୦ ବ୍ରିଟିସ ଭାରତୀୟ ହିନ୍ଦୁ ସଂଗଠନ ଏବଂ ମନ୍ଦିର କର୍ତ୍ତୃପକ୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ଦେଶରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟକୁ ସୁରକ୍ଷା ଯୋଗାଇ ଦେବାକୁ ଦାବିକରି ଚଠି ଲେଖିଛନ୍ତି। ଲିସେଷ୍ଟର ଓ ବର୍ମିଂହାମ୍ ହିଂସା ପରେ ଦେଶରେ ହିନ୍ଦୁମାନେ ସୁରକ୍ଷିତ ନୁହନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ହିନ୍ଦୁ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଉକ୍ତ ଚିଠିରେ ହିନ୍ଦୁ ସମ୍ପ୍ରଦାୟକୁ ସ୍ବଳ୍ପ ଓ ଦୀର୍ଘକାଳୀନ ସୁରକ୍ଷା ଯୋଗାଣ ସମେତ ଛଅଟି ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଦେଶରେ ହିନ୍ଦୁ ଓ ଭାରତୀୟମାନଙ୍କ ଉପରେ ଧାର୍ମିକ ବିଦ୍ବେଷକୁ ନେଇ ଆକ୍ରମଣ ବୃଦ୍ଧି ପାଉଛି। ସେମାନଙ୍କ କାର୍ଯ୍ୟକ୍ଷେତ୍ର, ମନ୍ଦିର ଓ ସ୍କୁଲଗୁଡ଼ିକୁ ଟାର୍ଗେଟ କରାଯାଉଛି। ବିଶେଷତଃ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହିସବୁ ସ୍ଥାନ ଉପରେ ହିଂସାତ୍ମକ ଆକ୍ରମଣ କରୁଛନ୍ତି। ନିକଟରେ ଘଟିଥିବା ଲିସେଷ୍ଟର ଓ ବର୍ମିଂହାମ୍ ହିଂସା ଏହାର ଜ୍ବଳନ୍ତ ଉଦାହରଣ ବୋଲି ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି।

Leave A Reply

Your email address will not be published.