ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ଆରମ୍ଭ ସିବିଏସଇ ପରୀକ୍ଷା । ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଆଜିଠୁ ଥିଓରୀ ପରୀକ୍ଷା ଆରମ୍ଭ ହେଉଥିବାରୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଦେଶର ପାଖାପାଖି ୧୭ ଲକ୍ଷ ଦ୍ୱାଦଶ ଓ ୨୨ ଲକ୍ଷ ଦଶମ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଓଡ଼ିଶାର ପ୍ରାୟ ୪୪ ହଜାର ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେବେ ।
ସେହିପରି ଦ୍ୱାଦଶ ଶ୍ରେଣୀ ପାଇଁ ୧୮ ହଜାର ପିଲା ପରୀକ୍ଷା ଦେବେ । ଉଭୟ ଶ୍ରେଣୀର ପରୀକ୍ଷା ଦିନ ୧୦ଟାରେ ଆରମ୍ଭ ହେବ । ଏଥିପାଇଁ ୯ଟାରୁ ୧୦ଟା ମଧ୍ୟରେ ପରୀକ୍ଷାର୍ଥୀ ଏଗଜାମ୍ ହଲକୁ ପ୍ରବେଶ କରିବେ । କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ହେବ ।