ଛଟେଇ ହେଲେ ୧୧ ହଜାର ଫେସବୁକ୍ କର୍ମଚାରୀ

0

ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର ପରେ ଏବେ ଛଟେଇ ହେଲେ ଫେସବୁକ୍ କର୍ମଚାରୀ । ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଆଜି ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କମ୍ପାନୀର କମୁଥିବା ରାଜସ୍ୱ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ସେପଟେ ଆଗାମୀ ଦିନରେ କମ୍ପାନୀ ତରଫରୁ ନିଯୁକ୍ତି ମିଳିବ ନାହିଁ ବୋଲି ମଧ୍ୟ ଅନୁମାନ କରାଯାଇଛି । ମେଟା କମ୍ପାନୀର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ଆଜି ଏକ ବ୍ଲଗ ପୋଷ୍ଟରେ ଲେଖିଥିଲେ କି କମ୍ପାନୀ ଇତିହାସରେ ସବୁଠାରୁ ବଡ କଠିନ ନିଷ୍ପତ୍ତି ନିଆଯାଇଛି ।

ଏହି କ୍ରମରେ କମ୍ପାନୀ ତାର ନିଯୁକ୍ତି ପରିସରକୁ ୧୩ ପ୍ରତିଶତ କମ କରିବାକୁ ଯାଉଛି । କମ୍ପାନୀ ତରଫରୁ ୧୧ ହଜାରରୁ ଅଧିକ ପ୍ରତିଭାଶାଳୀ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଥିଲେ । ଜୁକରବର୍ଗ ଆହୁରି କହିଛନ୍ତି କି ‘ଆମେ ଖର୍ଚ୍ଚ କାଟ୍ କରି ଓ କ୍ୟୁ-୧ ମାଧ୍ୟମରେ ନିଯୁକ୍ତି ବନ୍ଦ କରି ଏକ କୁଶଳ କମ୍ପାନୀ କରିବାକୁ ପଦକ୍ଷେପ ନେଇଛୁ ’

Leave A Reply

Your email address will not be published.