ଭିତରକନିକା ଜାତୀୟ ଉଦ୍ୟାନ ନିକଟରୁ ୧୧୪ ବଉଳା କୁମ୍ଭୀର ବସା ଚିହ୍ନଟ
ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୧୪ ଟି ବସା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଭିତରକନିକା ଏସିଏଫ ମାନସ କୁମାର ଦାସଙ୍କ ନେତୃତ୍ବରେ ବନ କର୍ମଚାରୀ ମାନେ ଭିତରକନିକାରେ ଥିବା ନଦୀ, ନାଳ ଓ ଜଙ୍ଗଲରେ କୁମ୍ଭୀର ମାନଙ୍କ ବସା ଚିହ୍ନଟ କରୁଛନ୍ତି। ଏଥିସହ ଜୁଆର ମାଡ଼ି ଯାଇଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରି କୁତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପ୍ରକ୍ରିୟା ଆରମ୍ଭ ହୋଇଛି।