ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା

0

ସୁନ୍ଦରଗଡ଼ (ଆମ ଟିଭି): ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ସୁନ୍ଦରଗଡ ବନ୍ଦ । ଆଦିବାସୀ ସଙ୍ଗଠନ ପରେ ବିଜେପି ପକ୍ଷରୁ ଆଜି ଗୁରବାର ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ।

ଦଳ ଅଭିଯୋଗ କରିଛି, ସ୍ମସିତା ଯଦି ମାନସିକ ଚାପରେ ଥିଲେ , ତାହା ହେଲେ ପ୍ରଶାସନ କାହିଁକି ପଦକ୍ଷେପ ନେଲା ନାହିଁ । ଯେଉଁମାନେ ସୁସ୍ମିତା ମିଞ୍ଜ ସହ ଥିଲେ ତାଙ୍କୁ କାହିଁକି ସୁରକ୍ଷା ଦେଇ ରଖିଲେ ନାହିଁ ସରକାର? ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ରାଜ୍ୟ ସରକାର ଫେଲ ହୋଇଛନ୍ତି । ସୁସ୍ମିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପଛର ରହସ୍ୟ କଣ? ହତ୍ୟାର ତଦନ୍ତ ଠିକରେ ହେଉନାହିଁ ।

 

 

Leave A Reply

Your email address will not be published.