ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

0

ସୁନ୍ଦରଗଡ଼ (ଆମ ଟିିଭି): ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ। ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ କରାଯାଇଛି । ଏଣୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ଡାକରା ଦିଆଯାଇଛି। ଆଜି ଟିଟିଲାଗଡ଼ରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି।

ଫଳରେ ବ୍ୟାପକ ଜନଜୀବନ ପ୍ରଭାବିତ। ତେବେ ଜରୁରୀ ସେବାକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି। ଅଞ୍ଚଳର ୩୧ ବର୍ଷର ଏହି ଦାବିକୁ ସମର୍ଥନ ଜଣାଇ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର ସଭ୍ୟ ବନ୍ଦ ପାଳନରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.