ତେଲେଙ୍ଗାନାରେ ଉନ୍ମୋଚନ ହେଲେ ୧୨୫ ଫୁଟ ଆମ୍ବେଦକର ପ୍ରତିମୂର୍ତ୍ତି

0

ହାଇଦ୍ରାବାଦ: ଭାରତୀୟ ସମ୍ବିଧାନର ପ୍ରଣେତା ବି. ଆର୍‌. ଆମ୍ବେଦକର୍‌ଙ୍କ ୧୩୨ତମ ଜୟନ୍ତୀ ପାଳନ ଅବସରରେ ଆଜି ହାଇଦ୍ରାବାଦ୍‌ରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କର (ଆମ୍ବେଦକର୍‌) ୧୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ହାଇଦ୍ରାବାଦରେ ସ୍ଥାପନ କରାଯାଇଥିବା ଏହି ପ୍ରତିମୂର୍ତ୍ତିଟି ହେଉଛି ଭାରତରେ ଥିବା ଆମ୍ବେଦକରଙ୍କ ସବୁ ପ୍ରତିମୂର୍ତ୍ତିଠାରୁ ଉଚ୍ଚତମ।

ମହାଆଡ଼ମ୍ବରରେ ହେବାକୁ ଥିବା ଏହି ଉନ୍ମୋଚନ ଉତ୍ସବରେ ୧୧୯ଟି ନିର୍ବାଚନ ମଣ୍ଡଳୀରୁ ୩୫୦୦୦ ଜନତା ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ, ସର୍ବସାଧାରଣଙ୍କ ପରିବହନ ନିମନ୍ତେ ରାଜ୍ୟ ପରିବହନ ନିଗମର ପ୍ରାୟ ୭୫୦ଟି ବସ୍‌ ଚଳାଚଳ କରିବ। ହାଇଦ୍ରାବାଦର ପ୍ରସିଦ୍ଧ ହୁସେନ୍‌ ସାଗର ହ୍ରଦ କୂଳରେ ଅବସ୍ଥିତ ରାଜ୍ୟ ସଚିବାଳୟ ପାର୍ଶ୍ବରେ ଏହି ପ୍ରତିମୂର୍ତ୍ତିଟିକୁ ସ୍ଥାପନ କରାଯାଇଛି।

ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ସଂକ୍ରାନ୍ତରେ ନିକଟ ଅତୀତରେ ‘କେସିଆର୍‌’ ତାଙ୍କ ମନ୍ତ୍ରୀ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ହେଲିକପ୍ଟର୍‌ ଯୋଗେ ପ୍ରତିମୂର୍ତ୍ତି ଉପରେ ଫୁଲ ପାଖୁଡ଼ା ବୃଷ୍ଟି କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

Leave A Reply

Your email address will not be published.