ପାକିସ୍ତାନରୁ ପରିଚାଳନିତ ହେଉଥିବା ୧୪ଟି ଆପ୍ ଭାରତରେ ବ୍ୟାନ୍

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଷଡଯନ୍ତ୍ର ଓ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୧୪ଟି ମେସେଜ୍ ଅପ୍ଲିକେସନକୁ ବ୍ଳକ କରିଛି କେନ୍ଦ୍ର । ଏହି ଆପ୍ ଗୁଡିକ ମାଧ୍ୟମରେ ଆତଙ୍କବାଦୀମାନେ ଘାଟିରେ ଥାଇ ସେମାନଙ୍କ ଲିଡରଙ୍କ ପାଖକୁ ମେସେଜ୍ ପଠାଉଥିଲେ ।

ସୂଚନା ମୁତାବକ, ୧୪ଟି ମୋବାଇଲ ଆପ୍ଲିକେସନ ବାବଦରେ ଜାଣିବା ପରେ ସୁରକ୍ଷା ବଳ, ସୁରକ୍ଷା, ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସି ଏହାକୁ ବ୍ଲକ କରିଦେବାକୁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । କିଛି ଦିନ କଡା ନଜର ରଖିବା ପରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଏହସବୁ ଆପ୍ସ୍ ଗୁଡିକ ବାବଦରେ ଜାଣିବାକୁ ପାଇଥିଲେ ।

Leave A Reply

Your email address will not be published.