ବାଦଲ ଫଟା ବର୍ଷାରେ ଗଲାଣି ୧୪ ଜୀବନ

0

ନୂଆଦିଲ୍ଲୀ (ଆମ ଟିଭି): ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସିକିମର ହାଲ ବେହାଲ। ହଠାଥ୍ ଭୟଙ୍କର ବନ୍ୟା ଆସିବାରୁ ୧୪ ଜଣଙ୍କ ଜୀବନ ଯାଇଛି। ଏଥିରେ ୨୬ ଜଣ ଆହତ ହୋଇଥିବା ବେଳେ ଭାରତୀୟ ସେନାର ୨୨ ଜଣ ଯବାନଙ୍କ ସମେତ ୧୦୨ ନିଖୋଜ ଅଛନ୍ତି । ବାଦଳଫଟା ବର୍ଷା ଯୋଗୁଁ ୨୩ ଜଣ ଯବାନ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସିକ୍କିମ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ ଯବାନ ଓ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ମୁତୟନ କରାଯାଇଛି ।

ଅନ୍ୟପଟେ ସିକିମରେ ୩ ହଜାର ପର୍ୟ୍ୟଟକ ରାଜ୍ୟରେ ଫସି ରହିଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ ଆଲୋଚନା କରି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.