ଦୁଇ ସଦନରୁ ନିଲମ୍ବିତ ହେଲେ ୧୫ ସାଂସଦ

0

ସଂସଦର ସୁରକ୍ଷାରେ ହୋଇଥିବା ସାଂଘାତିକ ତ୍ରୁଟିର ପ୍ରଭାବ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଦେଖିବାକୁ ମିଳିଛି। ଉଭୟ ଗୃହରେ ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସମସ୍ତେ ଗୋଟିଏ ସ୍ୱରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଓ ଇସ୍ତଫା ଦାବି କରି ନାରାବାଜୀ କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ସଂସଦର ସୁରକ୍ଷା ତ୍ରୁଟିର ତାତି ଦେଖିବାକୁ ମିଳିଥିଲା।

ବାରମ୍ବାର ନାରାବାଜୀ କରି ଏକାଧିକ ବିରୋଧୀ ଦଳର ସଦସ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ସେମାନଙ୍କ ଆଚରଣକୁ ଅଶୋଭନୀୟ ଦର୍ଶାଇ ମୋଟ ୧୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏମାନଙ୍କ ମଧ୍ୟରେ ୧୪ ଜଣ ଲୋକସଭାର ଓ ରାଜ୍ୟସଭାର ଜଣେ ସାଂସଦ ରହିଛନ୍ତି।

ଲୋକସଭାରୁ ନିଲମ୍ବିତ ହୋଇଥିବା ୧୪ ଜଣ ସାଂସଦଙ୍କ ମଧ୍ୟରେ ୯ ଜଣ କଂଗ୍ରେସର, ୨ ଜଣ ସିପିଏମ, ଜଣେ ସିପିଆଇ ଓ ୨ ଜଣ ଡିଏମକେ ସଦସ୍ୟ ରହିଛନ୍ତି।

କଂଗ୍ରେସ ସାଂସଦ ମଣିକମ ଟାଗୋର, ମହମ୍ମଦ ଜାଭେଦ, ଭିକେ ଶ୍ରୀକାନନ୍ଦନ, ବେନୀ ବେହାନାନ, ଡିନ୍ କୁରିଆକୋସ୍, ହିବି ଇଡେନ୍, ଜୋଥିମଣି, ରମ୍ୟା ହରିଦାସ ଓ ଟିଏନ୍ ପ୍ରତାପନଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି। ଡିଏମକେର କେ କାନିମୋଝି, ଏସଆର ପ୍ରତିବନ, ସିପିଏମର ପିଆର ନଟରାଜନ, ଏସ ଭେଙ୍କଟେଶନ ଓ ସିପିଆଇଏମର କେ ସୌଭରାୟନଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.