ନୂଆଦିଲ୍ଲୀ (ଆମ ଟିଭି): ଖୁବ ଶୀଘ୍ର ମୁକ୍ତ ହେବେ ୧୭ ଜଣ ଭାରତୀୟ କ୍ରୁ ମେମ୍ବର୍ସ । ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ମାଲବାହୀ ଜାହାଜ ଏମଏସସି ଏଆରସିର ୧୭ ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ସୁରକ୍ଷା ଏବଂ ଶୀଘ୍ର ମୁକ୍ତ କରିବା ପାଇଁ ଭାରତ ଇରାନ ସହ ନିରନ୍ତର ଯୋଗାଯୋଗରେ ରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୋଟିଏ ଫୋନ୍ କଲେରେ ତତ୍ପର ହୋଇଛନ୍ତି ଇରାନ୍ ବିଦେଶ ମନ୍ତ୍ରୀ ।
ଭାରତୀୟ ପ୍ରତିନିଧିଙ୍କୁ ଖୁବଶୀଘ୍ର ‘ଏମଏସସି ଏରି’ର ଭାରତୀୟ କ୍ରୁ ମେମ୍ବରଙ୍କୁ ଭେଟିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଅମୀର ଅବଦୁଲ୍ଲାୟନ। ଏସ ଜୟଶଙ୍କର ଅମୀର ଅବଦୁଲ୍ଲାୟନଙ୍କ ସହ କଥା ବାର୍ତ୍ତା କରୁଥିବା ବେଳେ ପ୍ରଥମେ ଭାରତୀୟ କ୍ରୁ ମେମ୍ବର୍ସଙ୍କ ପ୍ରସଙ୍ଗ ଉଠାଇଥିଲେ ।