ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ କାଉଡ଼ିଆ ମୃତ

0

ଝାଡ଼ଖଣ୍ଡ (ଆମ ଟିଭି): ଝାଡ଼ଖଣ୍ଡର ଦେଓଘରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୮ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।ଏହା ସହିତ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ସୂଚନାନୁଯାୟୀ,  ବୈଦ୍ୟନାଥ ପୀଠରେ ପାଣି ଢାଳି ବସରେ କାଉଡ଼ିଆ ଫେରୁଥିବାବେଳେ ସେମାନଙ୍କୁ ଗୋଟିଏ ଟ୍ରକ ଧକ୍କା ଦେଇଥିଲା ଫଳରେ ଏଥିରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ରହିଛନ୍ତି ।

ଏଭଳି ଦୁର୍ଘଟଣା ଝାଡ଼ଖଣ୍ଡର ଦେଓଘର ଜିଲ୍ଲା ମୋହନପୁର ଥାନା ଅନ୍ତର୍ଗତ ସମିପ ଗୋଡ଼ା ଦେଓଘର ମୁଖ୍ୟ ରାସ୍ତାରେ ଘଟିଛି । ଆଜି ଅର୍ଥାତ୍ ମଙ୍ଗଳବାର ସକାଳ ପ୍ରାୟ ସାଢେ ୫ ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳୁଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ମୋହନପୁର CHCକୁ ପଠାଇଥିଲେ । ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଇଥିଲେ ।

Leave A Reply

Your email address will not be published.