ଭୁବନେଶ୍ଵର (ଆମ ଟିଭି): ତୁଳସୀ କ୍ଷେତ୍ରରେ ଆସନ୍ତା ୭ ଓ ୮ ଦୁଇଦିନ ଧରି ଶ୍ରଦ୍ଧାଳୁ ଶ୍ରୀବ୍ରହ୍ମ ତାଳଧ୍ୱଜ ରଥ ଟାଣିବେ ା ଏଥିପାଇଁ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥ ପ୍ରସ୍ତୁତି ଶେଷ ହୋଇଛି ା ଚଳିତ ବର୍ଷ ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ରବିବାର ଶ୍ରଦ୍ଧାଳୁ ପାଇବେ। ଅପରାହ୍ନ ୩ଟାରେ ବ୍ରହ୍ମ ତାଳଧ୍ୱଜ ରଥରେ ନେତ ବନ୍ଧା ହେବା ସହ ରଥ ପ୍ରତିଷ୍ଠା ହେବ ା ଏସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ରୀତିନୀତିରେ କିଛିଟା ଭିନ୍ନତା ଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ଅନୁକରଣ କରାଯାଉଛି ା ଶ୍ରୀଜୀଉ ମଣି ବିଗ୍ରହ ହୋଇଥିବାରୁ ନବ କଳେବର ସମ୍ପର୍ଣ୍ଣ ହୁଏ ନାହିଁ ା ଏହାବ୍ୟତୀତ ବ୍ରହ୍ମ ତାଳଧ୍ୱଜ ରଥରେ ଶ୍ରୀଜୀଉ ରଥାରୁଢ଼ ହେବପରେ ମାତ୍ର ୧୦୦ ମିଟର ମଧ୍ୟରେ ପ୍ରଥମ ଦିନ ଯାତ୍ରା କରିଥାନ୍ତି ା ପରଦିନ ଏହି ରଥଯାତ୍ରା ସମ୍ପର୍ଣ୍ଣ ହୁଏ ା ସେହିପରି ଶ୍ରୀକ୍ଷେତ୍ରରେ ଗୋଟି ପହଣ୍ଡି ହୋଇ ରଥକୁ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହୁଅନ୍ତି ା ତେବେ ତୁଳସୀ କ୍ଷେତ୍ରରେ ଏକ ସଙ୍ଗରେ ବା ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଗମନ କରିଥାନ୍ତି ା ବାହୁଡ଼ା ପରଦିନ ଶ୍ରୀକ୍ଷେତ୍ରରେ ସୁନାବେଶ ଅନୁଷ୍ଠିତ ହୋଇଥାଏ ା ଏହି ସମୟରେ ଶ୍ରୀଜୀଉଙ୍କୁ ରଘୁନାଥ ବେଶ କରାଯାଏ ା
ରଥଯାତ୍ରାକୁ ନେଇ ସେବାୟତ ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ରଥ ଅଘଟଣକୁ ନେଇ ଦୁଇଟି କଥା ଲୋକମୁଖରେ ଶୁଣାଯାଉଛି। ୧୮୯୭ରେ ଝାଡ଼ାବାନ୍ତି ରୋଗ ବ୍ୟାପୀଥିଲା। ସେହି ବର୍ଷ ରଥଯାତ୍ରାରେ ଶ୍ରୀଜୀଉଙ୍କ ମୁକୁଟର କିଛି ଅଂଶରେ ପୋଡିଯିବା, ମଣ୍ଡପରୁ ରଣା ସାପ ବାହାରିଥିଲା ା ଏହି ଘଟଣା ପରେ କିଛି ବଡ ଧରଣର ବିପଦ ଆସିବ ବୋଲି ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିଥିଲା ା ସେହିପରି ୧୯୧୭ରେ ରଥ ଚକ ଭାଙ୍ଗିବା ଘଟଣା ଏବେ ବି ଜନମୁଖରେ ଅଛି ା ଏଥିସହିତ କରୋନା ସଂକ୍ରମଣ ପାଇଁ ୨୦୨୦ ଓ ୨୦୨୧ ଦୁଇ ବର୍ଷ ଧରି ରଥ ଟଣା ହୋଇ ପାରି ନାହିଁ ା ଆସନ୍ତା ରଥଯାତ୍ରା ସମ୍ପର୍କରେ ଦେବାୟତ ନରୋତ୍ତମ କର କହିଛନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀବଳଦେବଜୀଉ ଅଧିପତି ା ଏଠାରେ ଅନ୍ୟ କ୍ଷେତ୍ର ପରି ଶ୍ରୀଜୀଉ ୩ ରଥରେ ବିରାଜମାନ ହୁଅନ୍ତି ନାହିଁ ା