ଆସନ୍ତା ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ

0

ଭୁବନେଶ୍ବର(ଆମ ଟିଭି): ଘୋଷଣା ହେଲା +୨ ପରୀକ୍ଷା ସୂଚୀ। ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହେବ ପରୀକ୍ଷା। ମାର୍ଚ୍ଚ ୨୧ ଯାଏ ଚାଲିବ ପରୀକ୍ଷା। ଜାନୁଆରୀ ୨ରୁ ଜାନୁଆରୀ ୧୫ ଯାଏ ହେବ ପ୍ରାକ୍ଚିକାଲ ପରୀକ୍ଷା।

ଡିସେମ୍ବର ୧୫ରୁ ମିଳିବ ଆଡମିଟ୍ କାର୍ଡ। ପରୀକ୍ଷା ସୂଚୀ ଘୋଷଣା କଲା CHSE। ରାଜ୍ୟର ମୋଟ ୧୩୫୦ କେନ୍ଦ୍ରରେ ହେବ ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ ପରୀକ୍ଷା ଦେବେ ୪ ଲକ୍ଷ ୭ ହଜାର ୩୭ ଛାତ୍ରଛାତ୍ରୀ।

Leave A Reply

Your email address will not be published.