ବିମାନ ବନ୍ଦର ସାରୁଖନ୍ ଖାନ୍ ରହିଲେ ୨ଘଣ୍ଟା, ଜାଣନ୍ତୁ କାହିଁକି

0

ମୁମ୍ବାଇ: ବିମାନବନ୍ଦରରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଅଟକି ରହିଲେ ବଲିଉଡ ବାଦଶାହା ଶାହରୁଖ ଖାନ | ଦୁବାଇରୁ ଏକାଧିକ ଦାମୀ ଘଣ୍ଟା ନେଇ ଆସିଥିବାରୁ ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ଶାହରୁଖ ଖାନ ଏବଂ ତାଙ୍କ ଦଳକୁ ଅଟକ ରଖିଥିଲେ । ପ୍ରାୟ ଏକ ଘଣ୍ଟା ପଚରାଉଚରା ପରେ ଶାହରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଦାଦଲାନି ବିମାନବନ୍ଦରରୁ ବାହାରିଥିବାର ନଜର ଆସିଥିଲେ | କିନ୍ତୁ କିଙ୍ଗ ଖାନଙ୍କ ଅଙ୍ଗରକ୍ଷୀ ରବି ଏବଂ ଅନ୍ୟମାନଙ୍କୁ ଛଡ଼ାଯାଇନଥିଲା | ଖବର ଅନୁଯାୟୀ, ଶାହାରୁଖ ଖାନ ଭାରତକୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ଆଣିବା, ତାଙ୍କ ବ୍ୟାଗରେ ଦାମୀ ଘଣ୍ଟାର ଖାଲି ବାକ୍ସ ମିଳିବା ଏବଂ କଷ୍ଟମ ଡ୍ୟୁଟି ନଦେବା ନେଇ ପଚରାଯାଇଥିଲା। ପ୍ରକୃତରେ ଶାହାରୁଖ ଖାନ ତାଙ୍କ ଦଳ ସହିତ ଏକ ଘରୋଇ ଚାର୍ଟର୍ ବିମାନ ଯୋଗେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁବାଇ ଯାଇଥିଲେ |

ଗତକାଲି ରାତି ୧୨:୩୦ରେ ସେ ମୁମ୍ବାଇ ଫେରିଥିଲେ | ଆଉ ବିମାନବନ୍ଦରରେ ସୀମାଶୁଳ୍କ ବିଭାଗ ଶାହରୁଖ ଖାନ ଏବଂ ତାଙ୍କ ଦଳର ବ୍ୟାଗରେ ଲକ୍ଷ ଲକ୍ଷ ଟଙ୍କାର ଏକାଧିକ ହାତ ଘଣ୍ଟା ପାଇଥିଲା। ଏହା ପରେ ସୀମାଶୁଳ୍କ ବିଭାଗ ସମସ୍ତଙ୍କୁ ଅଟକାଇ ବ୍ୟାଗ୍ ଯାଞ୍ଚ କରିଥିଲା | ଅନୁସନ୍ଧାନବେଳେ ବହୁ ଦାମୀ ଘଣ୍ଟା ମିଳିଥିଲା। ଏହା ସହ ବ୍ୟାଗରୁ ଦାମୀ ଘଣ୍ଟାର ଖାଲି ବାକ୍ସ ମଧ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ କଷ୍ଟମ୍ ଏହି ଘଣ୍ଟାଗୁଡିକର ମୂଲ୍ୟାଙ୍କନ କଲା, ସେତେବେଳେ ସେମାନଙ୍କ ଉପରେ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା କଷ୍ଟମ୍ ଡ୍ୟୁଟି ଚାର୍ଜ କରାଯାଇଥିଲା |

ଏହା ପରେ କୋଟି କୋଟି ଟଙ୍କାର ଏହି ଘଣ୍ଟା ଉପରେ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ କୁହାଯାଇଥିଲା। ଏକ ଘଣ୍ଟା ଧରି ଚାଲିଥିବା ଏହି ପ୍ରକ୍ରିୟା ପରେ ଶାହାରୁଖ ଏବଂ ପୂଜା ଦାଦଲାନୀଙ୍କୁ ବିମାନବନ୍ଦର ଛାଡିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ଶାହାରୁଖ ଖାନଙ୍କ ଅଙ୍ଗରକ୍ଷୀ ରବି ଏବଂ ଦଳର ସଦସ୍ୟଙ୍କୁ ଅଟକାଇ ଦିଆଯାଇଥିଲା। ସୂଚନାନୁସାରେ, ଶାହାରୁଖ ଖାନଙ୍କ ବଡିଗାର୍ଡ ରବି ୬ ଲକ୍ଷ ୮୭ ହଜାର ଟଙ୍କା ସୀମାଶୁଳ୍କ ଦେଇଛନ୍ତି।

Leave A Reply

Your email address will not be published.