ଇସ୍ରାଏଲ ପାଇଁ ଲଢୁଥିବା ୨ ଭାରତୀୟ ସୈନିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଘନେଇବାରେ ଲାଗିଛି । ଏହାରି ଭିତରେ ଇସ୍ରାଏଲ ସୁକ୍ୟୁରିଟି ଫୋର୍ସେସରେ ମୁତୟନ ଥିବା ଦୁଇ ଭାରତୀୟ ମହିଳା ସୈନିକଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ହମାସ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ଜଣେ ଲେଫ୍ଟେନାଣ୍ଟ ଓର ମୋସେସ୍ ଯିଏ ହୋମ ଫ୍ରଣ୍ଟ କମାଣ୍ଡରେ କାର୍ୟ୍ୟର ଥିଲେ ଏବଂ ଦ୍ୱିତୀୟ ମହିଳା ସୈନିକ ବର୍ଡର ପୁଲିସରେ କାର୍ୟ୍ୟରତ ଥିଲେ ।
ହମାସ୍ ଆକ୍ରମଣରେ ପ୍ରାଣ ହରାଇଥିବା ମହିଳା ସୈନକ ହେଉଛନ୍ତି ୨୨ ବର୍ଷିୟା ଲେଫ୍ଟେନାଣ୍ଟ ଓର୍ ମୋସେସ୍ ଏବଂ ଇନ୍ସପେକ୍ଟର କିମ୍ ଡୋକ୍ରାକର । ଦୁହିଁଙ୍କର ମୃତ୍ୟୁ ଅକ୍ଟୋବର ୭ ତାରିଖରେ ହୋଇଥିବା ହମାସ୍ ଅ୍ରାକ୍ରମଣରେ ହୋଇଥିବା ସ୍ପଷ୍ଟ ହୋଇଛି । ସୂଚନା ମୁତାବକ, ହମାସ୍ ଆକ୍ରମଣରେ ଏଯାଏଁ ଇସ୍ରାଏଲର ୨୮୬ ସୈନିକ ଏବଂ ୫୧ ପୁଲିସ ଅଧିକାରୀ ପ୍ରାଣ ହରାଇସାରିଲେଣି ।