ଅନୁଗୁଳରେ ହାତୀ ଆକ୍ରମଣରେ ୨ମୃତ

0

ଭୁବନେଶ୍ୱର (ଆମ ଟିଭି): ପୁଣି ହାତୀଙ୍କ ଆତଙ୍କ । ପୁଣି ହାତୀ ଆକ୍ରମଣରେ ଦୁଇ ମୃତ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ଗତକାଲି ରାତିରେ ହାତୀ ଆକ୍ରମଣ ଯୋଗୁଁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଶରଧାପୁର ଗାଁର ଗୁରୁ ନାଏକ ଏବଂ ଛେଳିଆପଡା ଗାଁର ଅଇଁଠୁ ସାହୁ ।

କିଛି ଦିନର ବ୍ୟବଧାନ ପରେ ପୁଣି ହାତୀ ଆକ୍ରମଣରେ ଯାଇଛି ଲୋକଙ୍କ ଜୀବନ । ଫଳରେ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଘଟଣା ପରେ କ୍ଷତିପୂରଣ ଦାବି କରି ଅଂଚଳବାସୀ ରାସ୍ତାରୋକ୍ କରିଛନ୍ତି । ଶରଧାପୁରରେ ବନ୍ତଳା-ଅନୁଗୋଳ ମୁଖ୍ୟ ରାସ୍ତାରେ ଗ୍ରାମବାସୀ ଆନ୍ଦୋଳନ କରିଥିବା ବେଳେ ବନବିଭାଗ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଛି ଆନ୍ଦୋଳନ ।

Leave A Reply

Your email address will not be published.