ଭୁବନେଶ୍ବର (ଆମ ଟିଭି): ତାତିରୁ ମିଳିବ ନିସ୍ତାର । ଆସନ୍ତା ସପ୍ତାହରେ ଆସୁଛି ଦୁଇଟି ଲଘୁଚାପ । ଓଡିଶାରେ ଆହୁରି ସକ୍ରିୟ ହେବ ମୌସୁମୀ । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ୧୬ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପ୍ରାୟ ୪୮ ଘଣ୍ଟା ଧରି ଏପରି ସ୍ଥିତି ଜାରି ରହିବା ପରେ ୧୮ ତାରିଖ ବେଳକୁ ତାହା ଏକ ଲଘୁଚାପରେ ପରିଣତ ହେବ ଓ ଉପକୂଳ ଆଡ଼କୁ ଗତି କରିବ । ପରବର୍ତ୍ତୀ ସମୟରେ ଏହା ଦେଶର କେନ୍ଦ୍ରାଞ୍ଚଳ ଆଡ଼କୁ ଗତି କରିବ ବୋଲି ଆଶା କରାଯାଉଛି । ଏହାର ପ୍ରଭାବରେ ଦେଶର ପୂର୍ବ, କେନ୍ଦ୍ରୀୟ ଓ ପଶ୍ଚିମ ଭାଗରେ ଧୀରେ ଧୀରେ ମୌସୁମୀ ସକ୍ରିୟ ହେବ ।