ରାଜ୍ୟରେ ଆଉ ୨ କୋଭିଡ ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ କରୋନା ଭାଇରସର ନୂଆ ଭାରିଆଣ୍ଟକୁ ନେଇ ସବୁଠି ଚିନ୍ତା । ଏହାରି ଭିତରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୨ ଜଣ କୋଭିଡ୍ ସଂକ୍ରମିତ। ଏ ପର୍ୟ୍ୟନ୍ତ ରାଜ୍ୟରେ ୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କେହି ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି। ସମସ୍ତେ ଓମିକ୍ରନ ସବ୍ ଭ୍ୟାରିଆଣ୍ଟ ବିଏ.୨ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏ ସଂପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ରାଜ୍ୟରେ ଦୁଇଟି ଟିକା ନେବା ପରେ ଲୋକଙ୍କ ଭିତରେ ହାଇବ୍ରିଡ ଇମ୍ୟୁନିଟି ସୃଷ୍ଟି ହୋଇଛି। ସଚେତନତା ବି ବଢ଼ିଛି। ରାଜ୍ୟରେ ପ୍ରତି ଜିଲ୍ଲା ହସପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି। କୋଭିଡର ଆଉ ଏକ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି।

Leave A Reply

Your email address will not be published.