ଓଡ଼ିଶାର ୨ଟି ୟୁନିଭରସିଟି ନକଲି: ଜାଣନ୍ତୁ କେଉଁ ୨ଟା ?

0

ନୂଆଦିଲ୍ଲୀ (ଆମ ଟିଭି): ଆପଣ ପଢୁଥିବା ୟୁନିଭରସିଟି ନକଲି କି? ଏହା ଆପଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି, ତାହେଲେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ରହିଛି ୨ଟି ନକଲି ୟୁନିଭରସିଟି । ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଦେଶର ୨୧ଟି ଫେକ୍ ୟୁନିଭରସିଟିର ତାଲିକା ଜାରି କରାଯାଇଛି । ଏହି ଲିଷ୍ଟରେ ଓଡ଼ିଶାର ଦୁଇଟି ୟୁନିଭରସିଟି ସ୍ଥାନ ପାଇଛି । କେବଳ ଦିଲ୍ଲୀରେ ୮ଟି ଫର୍ଜି ୟୁନିଭରସିଟି ରହିଥିବା ଜଣାପଡ଼ିଛି । ଏହାଛଡ଼ା ନିୟମ ପାଳନ କରୁନଥିବା ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । କେଉଁ ରାଜ୍ୟରେ କେତୋଟି ଫର୍ଜି ୟୁନିଭରସିଟି ରହିଛି ତା’ର ସମ୍ପୂର୍ଣ୍ଣ ତଥ୍ୟ ୟୁଜିସିର ଅଫିସିଆଲ ୱେବସାଇଟକୁ ଯାଇ ଜାଣିପାରିବେ ।

ଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଆଣ୍ଡ ଫିଜିକାଲ ହେଲଥ ସାଇନ୍ସେସ, ଷ୍ଟେଟ ଗଭର୍ଣ୍ଣମେଣ୍ଟ ୟୁନିଭରସିଟି, କମର୍ସିଆଲ ୟୁନିଭରସିଟି ଲିମିଟେଡ, ୟୁନାଇଟେଡ ନେସନ ୟୁନିଭରସିଟି, ଭୋକେସନାଲ ୟୁନିଭରସିଟି, ଏଡିଆର-ସେଷ୍ଟ୍ରିକ ଜ୍ୟୁରିଡିସିୟଲ ୟୁନିଭରସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁସନ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ ୟୁନିଭରସିଟି ଫର ସେଲଫ-ଏମ୍ଫ୍ଲଏଡ, ଆଧ୍ୟାତ୍ମିକ ୟୁନିଭରସିଟି ।

କର୍ଣ୍ଣାଟକ: ବଡ଼ଗମ୍ବୀ ସରକାର ୱାର୍ଲ୍ଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି ।
କେରଳ: ସେଣ୍ଟ ଜନ ୟୁନିଭରସିଟି ।
ମହାରାଷ୍ଟ୍ର: ରାଜା ଅରେବିକ ୟୁନିଭରସିଟି ।
ପଶ୍ଚିମବଙ୍ଗ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଅଲଟରନେଟିଭ ମେଡିସିନ, ଇନଷ୍ଟିଚ୍ୟୁଟ ଅଫ୍ ଅଲଟେନେଟିଭ ଆଣ୍ଡ ରିସର୍ଚ୍ଚ
ଉତ୍ତରପ୍ରଦେଶ: ଗାନ୍ଧି ହିନ୍ଦି ବିଦ୍ୟାପୀଠ, ନ୍ୟାସନାଲ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓପ୍ୟାଥି, ନେତାଜୀ ସୁଭାଷ ଚନ୍ଦ୍ର ୟୁନିଭରସିଟି (ଓପନ ୟୁନିଭରସିଟି), ଭାରତୀୟ ଶିକ୍ଷା ପରିଷଦ
ଓଡ଼ିଶା: ନବଭାରତ ଶିକ୍ଷା ପରିଷଦ, ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି
ପୁଡ଼ୁଚେରୀ: ଶ୍ରୀ ବୋଧୀ ଏକାଡେୀମ ଅଫ୍ ହାୟର ଏଜୁକେସନ
ଆନ୍ଧ୍ରପ୍ରଦେଶ: କ୍ରାଇଷ୍ଟ ନ୍ୟୁ ଟ୍ରିଟମେଣ୍ଟ ଡିମଡ ୟୁନିଭରସିଟି

Leave A Reply

Your email address will not be published.