ନୂଆଦିଲ୍ଲୀ(ଆମ ଟିଭି): ଟ୍ୱିଟରକୁ ଏଲନ ମସ୍କ କିଣିବା ପରଠାରୁ ଟ୍ୱିଟର ଅନେକ ପରିବର୍ତ୍ତନ କଲାଣି । ଟ୍ୱିଟରକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏବେ ପୁମି ଏଲନ୍ ମସ୍କ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି କର୍ମଚାରୀ । ଭାରତରେ ଥିବା ଟ୍ୱିଟରର ତିନୋଟି କାର୍ୟ୍ୟାଳୟ ମଧ୍ୟରୁ ୨ଟି କାର୍ୟ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଏହି ଦୁଇଟି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ କୁହାଯାଇଛି ।
ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ, ଭାରତରେ ଆଉ ମାତ୍ର ଗୋଟିଏ କାର୍ୟ୍ୟାଳୟ ରହିଛି । ବେଙ୍ଗାଲୁରୁରେ ଥିବା ଏକମାତ୍ର ଅଫିସରେ ଅଧିକାଂଶ ଇଞ୍ଜିନିୟର କାମ କରୁଛନ୍ତି । ଏହି କାର୍ୟ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କର୍ମଚାରୀ ନିଜର ପରିଚୟ ଗୁପ୍ତ ରଖି କହିଛନ୍ତି, ୨୦୨୩ ଶେଷ ସୁଦ୍ଧା ଟ୍ୱିଟରକୁ ଆର୍ଥିକ ଦୃଷ୍ଟିରୁ ସ୍ଥିର କରିବା ପାଇଁ ଦେଶ ବିଦେଶରେ ଥିବା ଅନେକ କର୍ମଚାରୀ ଏବଂ କାର୍ୟ୍ୟାଳୟକୁ ବନ୍ଦ କରିଦେଇ ପାରନ୍ତି । ଭାରତରେ ଟ୍ୱିଟରର ବ୍ୟବହାର ବହୁତ ଅଧିକ ରହିଛି ।