ଇସ୍ରାଏଲର ଭୟଙ୍କର ଆକ୍ରମଣରେ ୨ ଭାଗ ଗାଜା ପଟି
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଏହାରି ଭିତରେ ଇସ୍ରାଏଲ ସେନା ରବିବାର ହମାସ ଉପରେ ଆକ୍ରମଣ କରିଛି । ଆଉ ଗାଜା ପଟି ଦୁଇ ଭାଗ ହୋଇଛି । ଇସ୍ରାଏଲ ସେନାର ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି । ଏବେ ଗାଜା ସହରକୁ ଇସ୍ରାଏଲ ସେନା ଘେରି ରହିଛି ।
ଏବେ କେବଳ ଉତର ଏବଂ ଦକ୍ଷିଣ ଗାଜା ଅଲଗା ହୋଇଥିବାରୁ ଆହୁରି ଜୋରଦାର ଆକ୍ରମଣ କରିବାକୁ ଯାଉଛି ଇସ୍ରାଏଲ । ଆଇଡିଏଫ୍ ଏହା କହିଛି ।ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ କରୁଛି । ଏଥିରେ ୩୪ ଜଣ ଇସ୍ରାଏଲ ସେନା ପ୍ରାଣ ହରାଇଛନ୍ତି । ତେବେ ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି ।