ପୋଲିସ ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ

0

କନ୍ଧମାଳ (ଆମ ଟିଭି): ଭାଙ୍ଗିଲା ମାଓବାଦୀଙ୍କ ଗଡ଼ । ପୋଲିସକୁ ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ପୁଲିସ ଏନକାଉଣ୍ଟରେ ଦୁଇ ମହିଳା ମାଓବାଦୀ ନିହତ। ବିଶେଷ ସୂତ୍ରରୁ ଖବର ପାଇ କନ୍ଧମାଳ ପୁଲିସ ପକ୍ଷରୁ ଆଜି ମଟକୁପ ସଂରକ୍ଷିତ ଜଙ୍ଗଲରେ ମାଓ ବିରୋଧୀ ଅପରେସନ କରାଯାଇଥିଲା। ଏହି ସମୟରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସିପିଆଇ ମାଓଇଷ୍ଟ କ୍ୟାଡର ପୋଷାକରେ ଥିବା ଏ ୨ ମହିଳା ମାଓବାଦୀଙ୍କ ନିକଟରୁ ୪ ବନ୍ଧୁକ, ୧୧ଟି ଗୁଳି, ଆଇଡି ଜବତ କରାଯାଇଛି। ଜବତ ବନ୍ଧୁକ ଭିତରୁ ଗୋଟିଏ ଅତ୍ୟାଧୁନିକ ଇନ୍ସାସ୍ ରାଇଫେଲ ରହିଛି। ମୃତ ଦୁଇ ମହିଳା ମାଓବାଦୀଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି ପୁଲିସ। ସେମାନେ ବଡ଼ ମାଓ କ୍ୟାଡର ବୋଲି ସନ୍ଦେହ କରାଯାଉଥିବା ଡିଜି ସୁନିଲ ବଂଶଲ କହିଛନ୍ତି।

Leave A Reply

Your email address will not be published.