ମଦ ପିଇ ୨୦ ମୃତ

0

ବିଷାକ୍ତ ମଦ ପିଇ ଯାଉଛି ଜଣକ ପରେ ଜଣଙ୍କ ଜୀବନ। ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି। ପଞ୍ଜାବ ସାଙ୍ଗରୁର ଜିଲ୍ଲାରୁ ଆସିଛି ଏପରି ଖବର।

ସାଙ୍ଗରୁରର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କ କହିବା ଅନୁଯାୟୀ, ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା ପରେ ଅତି କମରେ ୪୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ମାର୍ଚ୍ଚ ୨୦, ବୁଧବାର ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରଦିନ ପଟିଆଲାର ରଜିନ୍ଦ୍ର ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

ଏଥିସହ ମାର୍ଚ୍ଚ ୨୨ ଶୁକ୍ରବାର ଆଠ ଜଣ ଏବଂ ପରଦିନ ପାଞ୍ଚ ଜଣଙ୍କର ଜୀବନ ଯିବା ପରେ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.