ଆଜିଠୁ ଅଚଳ ହୋଇଯିବ ୨ହଜାର ଟଙ୍କିଆ ନୋଟ୍

0

ନୂଆଦିଲ୍ଲୀ(ଆମ ଟିଭି): ସରିଲା ଡେଡ଼ଲାଇନ୍, ଆଜିଠୁ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ । ଆଜି ସରୁଛି ୨ ହଜାର ଟଙ୍କିଆ ନୋଟ୍ ବଳଦ ଅବଧି । ଦୁଇ ହଜାର ଟଙ୍କିଆ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଦ୍ବିତୀୟ ସୁଯୋଗ ଦେଇଥିଲା ତାହା ଆଜି ଶେଷ ହେଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏବେବି ୧୨ ହଜାର କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା।

ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିବା ଓ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ୪ ମାସ ଅର୍ଥାତ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ସମୟ ଦେଇଥିଲେ। ତେବେ ବିଦେଶରେ ବାସ କରୁଥିବା ଭାରତୀୟମାନଙ୍କୁ ନଜରରେ ରଖି ନୋଟ୍ ବଦଳର ମହଲତକୁ ଅକ୍ଟୋବର ୭ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା। ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ରହିଛି ସେଗୁଡ଼ିକୁ ବଦଳାଇବା ପାଇଁ ସେମାନଙ୍କ ପାଖରେ ଆଜି ମାତ୍ର ଗୋଟିଏ ଦିନ ରହିଛି।

Leave A Reply

Your email address will not be published.