ନୂଆଁଖାଇ ଚାଷୀଙ୍କୁ କାଳିଆ ଭେଟି, ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର

0

ଭୁବନେଶ୍ବର(ଆମ ଟିଭି): ନୂଆଁଖାଇ ଚାଷୀଙ୍କୁ କାଳିଆ ଭେଟି । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ସରକାର । ଏହି ସହାୟତା ପାଇବେ ରାଜ୍ୟର ୪୧ ଲକ୍ଷ ଚାଷୀ ।

ଏହା ପୂର୍ବରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଗତ ମେ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଥିଲେ। ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.