ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୨୦୬୬ ଗାଁ: ଆସିଲା ପ୍ରାଥମିକ ରିପୋର୍ଟ

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ବନ୍ୟା ସ୍ଥିତି ସାଂଘାତିକ । ଯେଉଁଠି ଦେଖିବ ଖାଲି ପାଣି ଓ ପାଣି । ତେବେ ଏହାରି ଭିତରେ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ବନ୍ୟାରେ ୧୩ ଜିଲ୍ଲାର ୭୧ ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ୨୦୬୬ ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୪୭୦ଟି ଗାଁ ଜଳଘେରରେ ଥିବା ବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେହିଭଳି ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଲୋକଙ୍କୁ ୧୯୦ଟି ରିଲିଫ କେନ୍ଦ୍ରରେ ରଖାଯାଇଛି ଯେଉଁଠି ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିଭଳି ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ବହୁତ ଚାଷ ଜମି ଜଳମଗ୍ନ ଅବସ୍ଥାରେ ରହିଛି ।

 

Leave A Reply

Your email address will not be published.