୨୨ରେ ରାମ ମନ୍ଦିର ପ୍ରତିଷ୍ଠା

0

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ୩ ମହଲା ବିଶିଷ୍ଟ ଭବ୍ୟ ରାମ ମନ୍ଦିରର କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଗ୍ରାଉଣ୍ତ ଫ୍ଲୋର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି।

ପିଟିଆଇକୁ ସାକ୍ଷାତକାର ଦେବା ବେଳେ ସେ କହିଛନ୍ତି ଯେ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୦ରୁ ୨୪ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ଗୋଟିଏ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ତେବେ ସେ କେଉଁ ଦିନ ନିର୍ଦ୍ଦିଷ୍ଟ ଭାବେ ଆସିବେ, ସେକଥା ସ୍ଥିର କରାଯାଇ ନାହିଁ। ତାରିଖ ଚୂଡ଼ାନ୍ତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇ ଦିଆଯିବ।

ମିଶ୍ରାଙ୍କ କହିବା କଥା ଯେ ବର୍ତ୍ତମାନ ମନ୍ଦିରର ଶିଖରରେ ଲାଗିବାକୁଥିବା ସାମଗ୍ରୀଗୁଡ଼ିକର ତିଆରି କରାଯାଉଛି। ଏହି ସାମଗ୍ରୀଗୁଡ଼ିକ ଦ୍ୱାରା ସୂର୍ଯ୍ୟଙ୍କ ପ୍ରଥମ କିରଣ ଗର୍ଭଗୃହରେ ଥିବା ଭଗବାନଙ୍କ ମଥାରେ ପ୍ରତି ରାମ ନବମୀରେ ପଡ଼ିବ। ଏହି ସାମଗ୍ରୀ ବେଙ୍ଗାଲୁରୁରେ ତିଆରି ହେଉଛି ଓ ଏହାର ଡିଜାଇନକୁ ବୈଜ୍ଞାନିକମାନେ ମଧ୍ୟ ଅନୁଧ୍ୟାନ କରୁଛନ୍ତି। ଋରକୀରେ ଥିବା ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓ ପୁଣେରେ ଥିବା ଗୋଟିଏ ଇନଷ୍ଟିଚ୍ୟୁଟ ମିଳିତ ଭାବେ ଏଥିପାଇଁ ଆବଶ୍ୟକ କମ୍ପ୍ୟୁଟର ଭିତ୍ତିକ କାର୍ଯ୍ୟକ୍ରମକୁ ତିଆରି କରିଥିବା ସେ କହିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପ୍ରଭାବ ରାଜନୀତି ଉପରେ ପଡ଼ିବ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ନୃପେନ୍ଦ୍ର ମିଶ୍ରା ଦେଇଛନ୍ତି। ସେ କହିଛନ୍ତି, “୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ସରିବ ବୋଲି ଧାର୍ଯ୍ୟ କରାଯାଇଥିଲା। ତେଣୁ ଏହା ଧାର୍ଯ୍ୟ ସମୟ ଭିତରେ ଯେମିତି ହେଲେ ଶେଷ ହେବ।

Leave A Reply

Your email address will not be published.