ଉତ୍ତର-ପୂର୍ବରେ ବର୍ଷାର ତାଣ୍ଡବ, ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ୨୫ ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ (ଆମ ଟିଭି):  ଉତ୍ତର-ପୂର୍ବ ଆସାମ ମିଜୋରାମ, ଅରୁଣାଞ୍ଚଳ ପ୍ରଦେଶ ଏବଂ ମଣିପୁରରେ ମୁଷଳଧାରାରେ ବର୍ଷା । ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁ ହଠାତ ଅନ୍ୟା ଆସିଛି । ଏ ଯାଏ ଭୂସ୍ଖଳନ ଯୋଗୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ସେଠାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି । ଆଗାମୀ ଦିନରେ ଆହୁରୀ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ନିରନ୍ତର ବର୍ଷା ଯୋଗୁ ବନ୍ୟା ଏବଂ ଭୂସ୍ଖଳନ ସମଗ୍ର ଉତ୍ତର ପୂର୍ବରେ ଜୀବନଯାତ୍ରାକୁ ପ୍ରଭାବିତ କରିଛି । ଆସାମର ରାଜଧାନୀ ଭୌହାଟୀରେ ଭୂସ୍ଖଳନ ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଅଛନ୍ତି ।

ଅନ୍ୟପଟେ ଅରୁଣାଞ୍ଚଳ ପ୍ରଦେଶରେ ବନ୍ୟା ଯୋଗୁ ଏକ ଗାଡ଼ି ଭାସି ଯାଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମିଜୋରାମ, ତ୍ରିପୁରା ଏବଂ ମେଘାଳୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏହି ମୃତ୍ୟୁ ଘଟିଛି। ଏଠାରେ ମଝିରେ ମଝିରେ ପ୍ରବଳ ବର୍ଷା ହେଉଛି।

ମଣିପୁରର ରାଜଧାନୀ ଇମ୍ଫାଲରେ ତିନି ଦିନ ଧରି ଲାଗି ରହିଥିବା ବର୍ଷା ଜୀବନକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛି। ସହରର ଅନେକ ସ୍ଥାନରେ ଜଳବନ୍ଦୀର ଏକ ଗମ୍ଭୀର ପରିସ୍ଥିତି ରହିଛି। ପ୍ରଶାସନ ଇମ୍ଫାଲ ନଦୀ କୂଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ନିବେଦନ କରିଛି। ବନ୍ୟା ସତର୍କତା ମଧ୍ୟ ଜାରି କରାଯାଇଛି।

Leave A Reply

Your email address will not be published.