ଚଳିତବର୍ଷ ରଥଯାତ୍ରାରେ ଚାଲିବ ୨୫୦ଟି ସ୍ୱତନ୍ତ୍ର ବସ୍

0

ଭୁବନେଶ୍ୱର (ଆମ ଟିଭି): ଚଳିତ ବର୍ଷ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ପୂରା ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏହାରି ଭିତରେ ଏଥର ରଥଯାତ୍ରାରେ ଯାତ୍ରୀ ପରିବହନକୁ ସୁଗମ ତଥା ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର, କୋଣାର୍କ ପାର୍ଶ୍ବରୁ ଆସୁଥିବା ବସ୍ ସହ ଅନ୍ୟାନ୍ୟ ଗାଡ଼ିମୋଟର ଏଠାରେ ପାର୍କିଂ ହେବ। ଏଥିପାଇଁ ତାଳବଣିଆ ପଡ଼ିଆରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ଚେକିଂ ପଏଣ୍ଟ କରାଯାଇଛି।

ପ୍ରତିବର୍ଷ ଭଳି ଚଳିତ ରଥଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାରେ ଠୁଳ ହେବେ। ଏଥିପାଇଁ ଏଠାରେ ଅସ୍ଥାୟୀ ବିଶ୍ରାମସ୍ଥଳୀ ସାଙ୍ଗକୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଛାୟାପ୍ରଦ ସେଡ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ଗାଧୁଆପାଧୁଆ ସାଙ୍ଗକୁ ଶୌଚାଦି କାର୍ୟ୍ୟ ପାଇଁ ମୋବାଇଲ୍ ଟଏଲେଟ୍ ବ୍ୟବସ୍ଥା ବି କରାଯାଇଛି। ଯାତ୍ରୀ ପରିବହନ ଓ ପ୍ରସ୍ତୁତି ସମ୍ପର୍କରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି, ପୁରୀକୁ ଯାତାୟାତ କରୁଥିବା ଦୈନିକ ବସ୍କୁ ଛାଡ଼ିଦେଲେ ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍ ପାଇଁ ୨୫୦ଟି ସ୍ବତନ୍ତ୍ର ବସ ଚାଲିବ।

Leave A Reply

Your email address will not be published.